୨୦୨୦ରେ ‘ଇସ୍ରୋ’ର ପ୍ରଥମ ସଫଳତା : ‘ପିଏସ୍‌ଏଲ୍‌ଭି ସି-୪୯’ ‘ଇଓଏସ୍‌-୦୧’ ସହ ଅନ୍ୟ ୯ ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କଲା

ଇସ୍ରୋ, ନାସା ପରିଦର୍ଶନରେ ଯିବେ ଓଡ଼ିଆ ଛାତ୍ରଛାତ୍ରୀ

Image Courtesy of Mint

ନୂଆଦିଲ୍ଲୀ: ଶନିବାର ଦିନ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ୧୦ଟି କୃତ୍ରିମ ଉପଗ୍ରହ ପ୍ରେରଣ କରି କକ୍ଷପଥରେ ଅବସ୍ଥାପିତ କରିଛି। ଏହି ୧୦ଟି ଉପଗ୍ରହ ‘ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ୍‌’ (ପିଏସ୍‌ଏଲ୍‌ଭି) ମାଧ୍ୟମରେ ମହାକାଶକୁ ପଠାଯାଇଛି । ‘ପିଏସ୍‌ଏଲ୍‌ଭି’ର ଏହା ହେଉଛି ୫୧ତମ ଉତ୍‌କ୍ଷେପଣ। ଆଜି କକ୍ଷପଥରେ ସ୍ଥାପନ ନିମନ୍ତେ ‘ପିଏସ୍‌ଏଲ୍‌ଭି ସି-୪୯’ ନେଇଥିବା କୃତ୍ରିମ ଉପଗ୍ରହଗୁଡ଼ିକ ମଧ୍ୟରୁ ଗୁରୁତ୍ବପୂର୍ଣ୍ଣ ହେଉଛି ‘ଇଓଏସ୍‌-୦୧’। ଏହି ‘ଆର୍ଥ ଅବ୍‌ଜର୍‌ଭେସନ୍‌ ସାଟେଲାଇଟ୍‌’ (ଇଓଏସ୍‌) କୃଷି, ବନୀକରଣ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହାୟକ ହେବ।

ଅବଶିଷ୍ଟ ୯ଟି ସାଟେଲାଇଟ୍‌‌ ହେଉଛି ବିଦେଶୀ ଗ୍ରାହକମାନଙ୍କର। ସେଥିରୁ ଲିଥୁଆନିଆର ୧ଟି, ଲକ୍ସେମ୍‌ବର୍ଗର ୪ଟି ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ୪ଟି ସାଟେଲାଇଟ୍‌ ରହିଛି।

ଅପରାହ୍ଣ ୩. ୧୨ ମିନିଟ୍‌ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଥିବା ‘ସତୀଶ ଧାୱନ୍‌ ମହାକାଶ କେନ୍ଦ୍ର’ରୁ ‘ପିଏସ୍‌ଏଲ୍‌ଭି ସି-୪୯’ ଏହି ୧୦ଟି ସାଟେଲାଇଟ୍‌ ସହ ମହାକାଶକୁ ଉ‌ତ୍‌କ୍ଷେପଣ କରାଯାଇଥିଲା। ଅପରାହ୍ଣ ୩.୦୨ରେ ଏହାକୁ ଉତ୍‌କ୍ଷେପଣ କରାଯିବ ବ‌ୋଲି ପୂର୍ବରୁ ସମୟ ଧାର୍ଯ୍ୟ କରାଯାଇଥିଲା, ମାତ୍ର ୧୦ ମିନିଟ୍ ବିଳମ୍ବରେ ପ୍ରେରଣ କରାଯାଇଥିଲା।

ଉତ୍‌କ୍ଷେପଣ ପରେ ପରେ ‘ଇଓଏସ୍‌-୦୧’ ଏବଂ ଅନ୍ୟ ୯ଟି ସାଟେଲାଇଟ୍‌ ସଫଳତାର ସହ ରକେଟ୍‌ରୁ ବିଚ୍ୟୁତ ହୋଇ କକ୍ଷପଥରେ ଅବସ୍ଥାପିତ ହୋଇଛନ୍ତି।

୨୦୨୦ରେ ଏହା ହେଉଛି ‘ଇସ୍ରୋ’ର ପ୍ରଥମ ମହାକାଶ ଅଭିଯାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe